ବିଜେଡିରେ ସାମିଲ ହେଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି | News Room Odisha

ବିଜେଡିରେ ସାମିଲ ହେଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର – ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହୋଇଛନ୍ତି। ଦୁଇ ଦିନ ତଳେ ଅଂଶୁମାନ କଂଗ୍ରେସ ଛାଡିଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଳା କଂଗ୍ରେସ ସଭାପତି ଥିଲେ । ଆଜି ଭୁବନେଶ୍ୱରରେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ଅଂଶୁମାନ ବିଜେଡିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଅଂଶୁମାନ କହିଛନ୍ତି। ରାଜନଗରରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତଥା ଦୁଇ ଥର ମନ୍ତ୍ରୀ ଥିବା ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ ହେଉଛନ୍ତି ଅଂଶୁମାନ। ୨୦୧୪ ବିଧାନସଭା ନିର୍ବାଚନରେ ଅଂଶୁମାନ କଂଗ୍ରେସ ଟିକେଟରେ ରାଜନଗର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।