ଶ୍ରୀମନ୍ଦିରରେ ନବବର୍ଷ ଭିଡ଼ ପାଇଁ ପ୍ରସ୍ତୁତି, ଆଜି ରାତି ୨ଟା ସୁଦ୍ଧା ଦ୍ୱାରଫିଟା, ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା | News Room Odisha

ଶ୍ରୀମନ୍ଦିରରେ ନବବର୍ଷ ଭିଡ଼ ପାଇଁ ପ୍ରସ୍ତୁତି, ଆଜି ରାତି ୨ଟା ସୁଦ୍ଧା ଦ୍ୱାରଫିଟା, ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ – ଆଉ ମାତ୍ର କେଇ ଘଣ୍ଟା ପରେ ବିଦାୟ ନେବ ବର୍ଷ ୨୦୨୩ । ଆସିବ ନୂଆବର୍ଷ ୨୦୨୪ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ପୁରୀ ସହରରେ ଭିଡ ଲାଗିଲାଣି । ଜଗା ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ସମସ୍ତେ ବ୍ୟଗ୍ର । ସବୁଆଡ଼େ ଜମିଲାଣି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼। ଜିରୋ-ନାଇଟ୍‌‌କୁ ସମସ୍ତଙ୍କ ଅପେକ୍ଷା। ନୂଆବର୍ଷ ପାଇଁ ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ୱତନ୍ତ୍ର ଭାବେ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଆଦି ରାତିରେ ସଅଳ ପହୁଡ଼ ହୋଇ ୨ଟା ସୁଦ୍ଧା ଦ୍ୱାର ଫିଟାଯିବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ। ପବିତ୍ର ମହୋଦଧିରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେଲାଣି। ତେଣୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ, ସେଥିଲାଗି ବ୍ୟାପକ ବ୍ୟବସ୍ଥା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

ଶ୍ରଦ୍ଧାଳୁଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସେଡ୍‌‌, ମୋବାଇଲ ଓ ଜୋତାଷ୍ଟାଣ୍ଡ୍‌, ପାନୀୟ ଜଳ, ଶୌଚାଳୟ ସୁବିଧା କରାଯାଇଛି।