ପୁରୀ – ନୂଆବର୍ଷର ଆଗମନ ପୂର୍ବରୁ ହିଁ ଶ୍ରୀକ୍ଷେତ୍ର ପୂର୍ବରୁ ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି । ତେଣୁ ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୋଲିସ । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ‘ନୋ ଭେହିକିଲ୍ ଜୋନ୍’ ଭାବେ ଘୋଷଣା କରାଯାଇଛି। ଦିଗବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତା ମଧ୍ୟ ‘ନୋ-ଭେହିକଲ୍ ଜୋନ’ରେ ରହିବ ।
ସମସ୍ତ ଆନ୍ତଃରାଜ୍ୟ ଓ ସ୍ଥାନୀୟ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ନିୟମିତ ଯାତ୍ରୀ ପରିବହନ କରୁଥିବା ବସ୍ ଉପରେ କୌଣସି କଟକଣା ନାହିଁ । ସମସ୍ତ ହାଲୁକା ଯାନ ପାଇଁ ଶରଧାବାଲି ପାର୍କିଂ, ଜେଲରୋଡ ପାର୍କିଂ ଓ ଜଗନ୍ନାଥବଲ୍ଲଭ ପାର୍କିଂରେ ବ୍ୟବସ୍ଥା ହୋଇଛି। ଆଜି ଓ ଆସନ୍ତକାଲି ପର୍ଯ୍ୟନ୍ତ ନିୟମାବଳୀ ବଳବତ୍ତର ରହିବ ପୋଲିସ ପକ୍ଷରୁ କୁହାଯାଇଛି।