୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ

ଭୁବନେଶ୍ୱର – ମାଇକ୍ରୋସଫ୍ଟ ସହ- ପ୍ରତିଷ୍ଠାତା ବିଲ୍‍ ଗେଟ୍ସ ଚଳିତମାସ ୨୮ ତାରିଖରେ ଓଡ଼ିଶା ଆସିବେ । ଭୁବନେଶ୍ୱରରେ ବିଲ୍ ଗେଟ୍ସ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ବି କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, କୃଷିର ଉନ୍ନତି ପାଇଁ ୨୦୧୭ରେ ବିଲ୍‍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷର କରିଥିଲେ । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଚୁକ୍ତି ହୋଇଥିଲା । ଏହି ଯୋଜନା ପାଇଁ ବିଲ ଗେଟ୍ସ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଉଛି ।

Comments are closed.