ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା -ଭବାନୀପାଟଣା ପାସେଞ୍ଜର | News Room Odisha

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା -ଭବାନୀପାଟଣା ପାସେଞ୍ଜର

ବିଜୟନଗରମ – ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା- ଭବାନୀପାଟଣା ପାସେଞ୍ଜର ଟ୍ରେନ। ଆନ୍ଧ୍ର ପ୍ରଦେଶର ବିଜୟନଗରମ୍‌ ଜିଲ୍ଲା କୋଟବାଲସାରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ କୈାଣସି କ୍ଷୟକ୍ଷତି ହୋଇନାହିଁ।

ଟ୍ରାକ ବଦଳାଇବା ସମୟରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି ।

ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।