ଆଜିଠୁ ତିନିଦିନ ପ୍ରବଳ ତାତି

ଭୁବନେଶ୍ୱର – ଆଜିଠୁ ତିନି ଦିନ ରାଜ୍ୟରେ ଖରା ତାତି ବଢିବ । ଉପାନ୍ତରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହେବ। ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜଧାନୀ ଭୁବନେଶ୍ଵର ଓ କଟକ ସମେତ ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆସନ୍ତା ୧୪ ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ବର୍ଷା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବାକି ଓଡ଼ିଶାରେ ପାଗ ଶୁଖିଲା ରହିବ । ୧୬ ତାରିଖ ପରେ ପୁଣି ଫେରିବ ତାତି ।

Comments are closed.