ଅବସରପ୍ରାପ୍ତ ଆଇପିଏସ ସନ୍ତୋଷ ଉପାଧ୍ୟାୟ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର – ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ-ଓପିଆରବିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦାୟିତ୍ବ ନେବା ଦିନଠାରୁ ୧୯୮୮ ବ୍ୟାଚ ଆଇପିଏସ ସନ୍ତୋଷ ଉପାଧ୍ୟାୟଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ବର୍ତ୍ତମାନ ଏସଏଫଏସଏଲ ନିର୍ଦ୍ଦେଶକ ଥିବା ଆଇପିଏସ ରାଜେଶ କୁମାର ଓପିଆରବି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

Comments are closed.