ସାମାଜିକ ପରିବର୍ତ୍ତନ ଓ ଜନ ଏକତା ପାଇଁ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା: ମୁଖ୍ୟମନ୍ତ୍ରୀ | News Room Odisha

ସାମାଜିକ ପରିବର୍ତ୍ତନ ଓ ଜନ ଏକତା ପାଇଁ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ସାମାଜିକ ପରିବର୍ତ୍ତନର ପ୍ରସାର ଓ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ବିକାଶ ଓ ଶାନ୍ତି ପାଇଁ ଆନ୍ତର୍ଜାତିକ କ୍ରୀଡା ଦିବସ ( ଇଣ୍ଟରନ୍ୟାସନାଲ ଡେ’ ଅଫ୍ ସ୍ପୋର୍ଟ ଫର୍ ଡେଭଲପମେଣ୍ଟ ଆଣ୍ଡ୍ ପିସ୍ ) ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଭିନ୍ନ ସମ୍ପ୍ରଦାୟକୁ ଯୋଡିବା, ଶାନ୍ତି ପ୍ରତିଷ୍ଠା କରିବା ଓ ବିକାଶର ପ୍ରସାର ପାଇଁ କ୍ରୀଡା ସାମର୍ଥ୍ୟ ରଖେ । ତେଣୁ ଆମେ ସମସ୍ତେ କ୍ରୀଡାର ସାମର୍ଥ୍ୟକୁ ଉପଲବ୍ଧ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀଡା ଜରିଆରେ ଏକ ସୁସ୍ଥ, ଚଳଚଞ୍ଚଳ, ଶାନ୍ତିପୂର୍ଣ୍ଣ ସମାବେଶୀ ବିଶ୍ୱ ଗଢ଼ି ତୋଳିବା ପାଇଁ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।