ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା : କଣ୍ଟାବାଞ୍ଜିରୁ ନବୀନ 

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ତାଲିକାରେ ୯ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ଦୁଇଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି ଦଳ ।

କଣ୍ଟାବାଞ୍ଜିରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବେ । ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡା ରୁ ରାଜେନ୍ଦ୍ର କୁମାର ଛତ୍ରିଆ, ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ, ଅନୁଗୁଳରୁ ସଞ୍ଜୁକ୍ତା ସିଂହ , ନିମାପଡ଼ାରୁ ଦିଲ୍ଲୀପ କୁମାର ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଦେବୀ ଓ ଜୟପୁରରୁ ଡକ୍ଟର ଇନ୍ଦିରା ନନ୍ଦ ନିର୍ବାଚନ ଲଢ଼ିବେ।

ଦୁଇଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି ଦଳ । ରୋହିତ ପୂଜାରୀ ରେଢ଼ାଖୋଲ ପରିବର୍ତ୍ତେ ସମ୍ବଲପୁରରୁ ଓ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ପରିବର୍ତ୍ତେ ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ।

Comments are closed.