ଆଜିଠୁ କମି ପୁଣି ୨୫ରୁ ବଢିବ

ଭୁବନେଶ୍ୱର – ବେଶ୍ କିଛି ଦିନର ପ୍ରଚଣ୍ଡ ତାତି ପରେ ଆଜିଠୁ କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଫଳରେ ଲଗାତର ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପବନ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଗତକାଲି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ୨୪ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବା ସମ୍ଭାବନା ରହିଛି । କିନ୍ତୁ ୨୫ରୁ ପୁଣି ପାରଦ ଉପରମୁହାଁ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Comments are closed.