ଭୋଟରଙ୍କୁ ସଚେତନ କରିବାକୁ ଅଭିନବ ପ୍ରୟାସ, ରାମ୍ପରେ ଚାଲିଲେ ଉପଜିଲ୍ଲାପାଳ | News Room Odisha

ଭୋଟରଙ୍କୁ ସଚେତନ କରିବାକୁ ଅଭିନବ ପ୍ରୟାସ, ରାମ୍ପରେ ଚାଲିଲେ ଉପଜିଲ୍ଲାପାଳ

ଫୁଲବାଣୀ:: ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ନିଆରା ଢଙ୍ଗରେ ଚୁନାବ୍ ମଲ୍ହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବଚ୍ଛ ଓ ନିର୍ଭିକ ଭାବେ ଭୋଟ୍ ଦେବା ନେଇ ବିଭିନ୍ନ ନୃତ୍ୟ, ଗୀତ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯାଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ସାଜିଥିଲା ରାମ୍ପ୍ ସୋ । ଏଥିରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ମଧ୍ୟ ଅଂଶଗ୍ରହଣ କରି ଭୋଟରଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡର ୯ଟି ବ୍ଲକର ବିଡ଼ିଓ, ତହସିଲଦାରଙ୍କ ସମେତ ବାଲିଗୁଡ଼ା ଏନ୍ଏସି ଏବଂ ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଯୋଗଦେଇଥିଲେ । ଏଥିରେ ଭାଗନେଇଥିବା ବିଭିନ୍ନ ପ୍ରଜ୍ଞାପନ ମେଢ଼ ଓ ପ୍ରତିଯୋଗୀଙ୍କୁ ଉପଜିଲ୍ଲାପାଳଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଭୋଟ୍ ହାର ବଢାଇବା ସହ ଭୋଟରଙ୍କୁ ସଚେତନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ,ଏଣୁ ଏଭଳି ଏକ ଭିନ୍ନ ଢ଼ଙ୍ଗରେ ଆମେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛୁ ବୋଲି କହିଛନ୍ତି ଉପଜିଲ୍ଲାପାଳ।