ଉତ୍କଳରେ ରାମ ଉପାସନା

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଉତ୍କଳୀୟଙ୍କ ଧର୍ମଧାରଣାରେ ଏକ ପ୍ରମୁଖ ସ୍ଥାନର ଅଧିକାରୀ l ଉତ୍କଳର ବିଭିନ୍ନ ସ୍ଥାନରେ ବହୁ ପୁରାତନ ରଘୁନାଥଜୀଉ ମନ୍ଦିରମାନ ପ୍ରତିଷ୍ଠିତ ହୋଇ ଉତ୍କଳୀୟଙ୍କ ରାମଭକ୍ତିର ପରାକାଷ୍ଠା ପ୍ରତିପାଦନ କରୁଛି l

କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉତ୍ସବ ବିଗ୍ରହଙ୍କ ବିଜେ ଆସ୍ଥାନ ଦକ୍ଷିଣ ଘରେ ବିରାଜିତ କମନୀୟ କୋଦଣ୍ଡଧାରୀ ଅଷ୍ଟଧାତୁ ରାମବିଗ୍ରହ ଅନନ୍ୟ l

ଓଡ଼ିଶାର ପ୍ରସିଦ୍ଧ ରାମଉପାସନାର କ୍ଷେତ୍ର ରୂପେ ନୟାଗଡ଼ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜୀଉ ସର୍ବଜନବିଦିତ l ଏଠାରେ ନିମ୍ବ କାଠରେ ନିର୍ମିତ ରଘୁନାଥ, ସୌମିତ୍ରୀ, ମାଆ ଜାନକୀଙ୍କ ସୋମ୍ୟ ବିଗ୍ରହ ବିଗତ ପାଞ୍ଚସହ ବର୍ଷ ଧରି ପୂଜିତ ହୋଇ ଆସୁଛନ୍ତି l ଏଠାରେ ଶ୍ରୀଜୀଉ ତ୍ରେତୟାକାଳୀନ ବନବାସୀ ସ୍ୱରୂପରେ ପୂଜିତ l

ନୟାଗଡ଼ ଦଶପଲ୍ଲାରେ ପୂଜିତ ତ୍ରିଭଙ୍ଗୀ ଠାଣିରେ ରଘୁନାଥ ବିଗ୍ରହ ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର l ଏପରି ବିଗ୍ରହ ବିରଳ l କଳାମୁଗୁନି ପ୍ରସ୍ତରରେ ଏହି ବିଗ୍ରହ ନିର୍ମିତ l
କଟକ ତେଲେଙ୍ଗାବଜାରରେ ଥିବା ମରହଟ୍ଟା କାଳୀନ ରଘୁନାଥଜୀଉ ମନ୍ଦିରରେ ପୂଜିତ ଭଦ୍ରାଚଳ ଶୈଳୀରେ ରଘୁନାଥ ଜୀଉ ଓଡ଼ିଆର ଅନ୍ୟତମ ପ୍ରମୁଖ ରଘୁନାଥ ବିଗ୍ରହ l ଏହି ବିଗ୍ରହ କଳାମୁଗୁନି ପ୍ରସ୍ତରରେ ନିର୍ମିତ l

କଟକ ଜିଲ୍ଲା ଅନ୍ତର୍ଗତ ଅସୁରେଶ୍ୱର ରଘୁନାଥ ଜୀଉ, ବଡ଼ମ୍ବା ଗଡ଼ ରାଜବାଟିରେ ପୂଜିତ ରଘୁନାଥ ଜୀଉ ଓଡ଼ିଶାରେ ରାମ ଉପାସନାର ଧାରାକୁ ଚରିତାର୍ଥ କରନ୍ତି l ଓଡ଼ିଶାର ଅନେକ ସ୍ଥାନରେ ପ୍ରାଚୀନ ଓ ନୂତନ ରାମମନ୍ଦିରମାନ ପ୍ରତିଷ୍ଠିତ l

Comments are closed.