ଫେଡେରେସନ କପ୍ ଆଥଲେଟିକ୍ସ: ଆଜି ଜାଭେଲିନ ଥ୍ରୋ'ରେ ଭାଗ ନେବେ ନୀରଜ ଚୋପ୍ରା ଓ କିଶୋର ଜେନା | News Room Odisha

ଫେଡେରେସନ କପ୍ ଆଥଲେଟିକ୍ସ: ଆଜି ଜାଭେଲିନ ଥ୍ରୋ’ରେ ଭାଗ ନେବେ ନୀରଜ ଚୋପ୍ରା ଓ କିଶୋର ଜେନା

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ସିନିଅର ଫେଡେରସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପ ଆଜି ଶେଷ ଦିନ । ଉଦଯାପନୀ ଦିବସରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ ଅଲିମ୍ପିକ ଓ ଏସିଆନ ଗେମ୍ସ ଜାଭେଲିନ ଚାମ୍ପିଅନ ନୀରଜ ଚୋପ୍ରା। ନୀରଜ ଚୋପ୍ରା ଓ ଓଡ଼ିଶାର କିଶୋର ଜେନା ଆଜି ଜାଭେଲିନ ଥ୍ରୋ’ରେ ପ୍ରତିଦ୍ବନ୍ଦିତା କରିବେ । ନୀରଜ ଚୋପ୍ରା ୨୦୨୧ ପରେ ପ୍ରଥମ ଥର ପାଇଁ କୈାଣସି ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଅଂଶ ଗ୍ରହଣ କରୁଛନ୍ତି। ଉଭୟ ନୀରଜ ଚୋପ୍ରା ଓ କିଶୋର ଜେନା ୟୁରୋପରେ ଡାଏମଣ୍ଡ ଲିଗ୍ ଆଥଲେଟିକ୍ସରେ ଭାଗ ନେଇ ଭୁବନେଶ୍ୱର ଆସିଛନ୍ତି।