ନିର୍ବାଚନ ସମୟରେ ବିଜେପିକୁ ଶକ୍ତ ଧକ୍କା, ଦଳ ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ଓ ରାଜ୍ୟ ମୁଖପାତ୍ର

ଭୁବନେଶ୍ୱର – ନିର୍ବାଚନ ଚାଲିଥିବା ବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପିର ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାର ସିଂହ ଦଳ ଛାଡିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରମାରଞ୍ଜନ । ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଦର୍ଶାଇ ସେ ବିଜେପି ଛାଡିଛନ୍ତି। ସତ୍ୟବାଦୀ ଜନସାଧାରଣ ଓ ତାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ରମାରଞ୍ଜନ ।

Comments are closed.