ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’ , ଶକ୍ତି ପ୍ରଦର୍ଶନ କଲା ବିଜେଡି

ଭୁବନେଶ୍ବର – ରାଜଧାନୀରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ । ସମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀର ରାଜରାସ୍ତା ପାଲଟିଥିଲା ଜନସମୁଦ୍ର।ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ରାଜରାସ୍ତା ।

ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ଶିଶୁଭବନ ଛକ ଦେଇ ଯାଇଥିଲା ରୋଡ୍ ଶୋ’ ।

ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଥିଲେ- ଜୁଲାଇ ମାସରୁ ବିଜୁଳି ବିଲ୍ ମାଗଣା ହେବ । ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବ । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ ଦେଇଥିଲେ ଆହ୍ବାନ। ସମସ୍ତ ସ୍ଥାନରେ ଏସଏଚଜି ମହିଳାମାନେ ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଥିଲେ ଶୁଭେଚ୍ଛା । ରୋଡ ଶୋ’ର ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ ହୋଇଥିଲେ ।

Comments are closed.