ଖଲ୍ଲିକୋଟ ହିଂସା: ଏସଆଇଟିର ତଦନ୍ତ ଆରମ୍ଭ

ଭୁବନେଶ୍ୱର – ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା ଓ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍ – ଏସଆଇଟି । ଘଟଣାର ତଦନ୍ତ ପାଇଁ ମୃତକଙ୍କ ଗାଁ ଶ୍ରୀକୃଷ୍ଣଶରଣପୁର ଯିବ ଏସଆଇଟି । ମୃତକଙ୍କ ପରିବାରଙ୍କୁ ଭେଟି ପଚରାଉଚରା କରିବ ଟିମ୍‌ । ଏଣେ ଶ୍ରୀକୃଷ୍ଣଶରଣପୁରରେ ପୋଲିସ ପକ୍ଷରୁ ହୋଇଛି ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ନିର୍ବାଚନ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବିବାଦ ଉଗ୍ରରୂପ ନେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଦୁଇ ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ଘଟଣାର ତଦନ୍ତ ପାଇଁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଏସଆଇଟି ଗଠନ କରିଥିଲେ ।

Comments are closed.