ଆଜି ଥମିବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହାଇଭୋଲଟେଜ ପ୍ରଚାର , ୨୦ରେ ଭୋଟ୍

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହେଉଛି। ଆସନ୍ତା ୨୦ ତାରିଖରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନରେ ଭୋଟ୍ ପଡ଼ିବ । ଏଥିପାଇଁ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ପକ୍ଷରୁ ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଥିଲେ । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଓ ନେତା ପ୍ରଚାର କରି ଭୋଟ୍ ଭିକ୍ଷା କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଭଳି ପ୍ରମୁଖ ନେତା ଓଡ଼ିଶା ଆସି ପ୍ରଚାର କରିଛନ୍ତି ।

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୩୦୫ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ଫଇସଲା ହେବ । ୫ ଲୋକସଭା ଆସନ ପାଇଁ ୪୦ ଓ ୩୫ ବିଧାନସଭା ଆସନରେ ୨୬୫ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Comments are closed.