ବିଏମସିର ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା ବୈଠକ, ମଶା ବଂଶ ଉତ୍ପତ୍ତିସ୍ଥଳ ଧ୍ୱଂସ କରିବା ଉପରେ ଗୁରୁତ୍ବ

ଭୁବନେଶ୍ୱର – ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ କାଳ ବୈଶାଖିର ପ୍ରକୃତିକୁ ନେଇ ଭୁବନେଶ୍ବର ମହାନଗର ନିଗମ ( ବିଏମସି ) ଅଂଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଶନର ରାକେଶ ପ୍ରଭାକର ପାଟିଲଙ୍କ ଅକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି କମିଶନର ପରିମଳ ତକ୍ଟର ମନୋରଂଜନ ସାହୁ ,ପିଏଚ୍ଓ ଡାକ୍ତର ନୀଳମଣି ସେନାପତି , ଡାକ୍ତର ଦେବିକାରାଣୀ ଧମାଲ ଏବଂ ଆସିଷ୍ଟାଣ୍ଟ କମିଶନର ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ସଠିକ ସମୟରେ ଅର୍ଥାତ ଜୁନ୍ ପ୍ରଥମ ସପ୍ତାହରୁ ମୌସୁମୀ ଆସିବାର ସମ୍ଭାବନା ଥିବାରୁ ବିଏମ୍‌ସି ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନକୁ ଜୋରଦାର କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ଏହି ପରିପ୍ରେକ୍ଷୀରେ ତିନିଟିଯାକ ଜୋନ୍‌ର ବିଭିନ୍ନ ୱାର୍ଡରେ ଯେଉଁସବୁ ଖାଲଖମା ରହିଛି ଏବଂ ଅଳିଆ ଜମି ରହୁଛି ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି । ବିଭିନ୍ନ ପଦକ୍ଷେପ ମଧ୍ୟରେ ବିଭିନ୍ନ ସ୍ଥାନରେ ଅବ୍ୟବହୃତ ଭାବେ ପଡିଥିବା କିମ୍ବା ବିଭିନ୍ନ ସ୍ଥାନରେ ଗଦା ହୋଇଥିବା ଅଳିଆ ଆବର୍ଜନା ତୁରନ୍ତ ସ୍ଥାନାନ୍ତର କରିବାକୁ କଡା ନିର୍ଦେଶ ଦିଆଯାଇଛି । ଗୋଷ୍ଠୀ ସଚେତନତା ପାଇଁ ପୂର୍ବ ବର୍ଷଗୁଡିକ ଭଳି ଅଭିଯାନକୁ ଜୋରଦାର କରିବାକୁ କୁହାଯାଇଛି । ଏଥିରେ ଆଶାକର୍ମୀ ଅଙ୍ଗନୱାତି କର୍ମୀଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବା , ଆବାସିକ ସଂଗଠନ ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ଘରକୁ ଘର ପରିଦର୍ଶନ କରାଯିବା ସହିତ ମଶା ବଂଶ ବୃଦ୍ଧି ଉପଗୁଡିକୁ ନଷ୍ଟ କରିବାକୁ କୁହାଯାଇଛି । ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ତିନୋଟିଯାକ କୋଳରେ ‘ ନିଧି ରଥ ‘ ବୁଲାଯାଇ ସଚେତନତା ବର୍ଷା ଦିଆଯିବ । ଏହା ସାଙ୍ଗକୁ ମୋବାଇଲ ଫୋନ୍‌ରେ ଫୋନ୍‌ ବାର୍ତ୍ତା ଏବଂ ପଥପ୍ରାନ୍ତ ନାଟକ କର ଯିବା ସହ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବ । ବର୍ଜ୍ୟ ପୃଥକୀକରଣ ଏବଂ ଡେଙ୍ଗୁ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନର , ୱାର୍ଡ ଅଫିସର ଓ ଏସ୍‌ଆଇମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ଡ୍ରେନ୍ ସଫେଇ ଓ ପଙ୍କୋଦ୍ଧାର , ବୁଶ୍ କଟିଂ , ବର୍ଜ୍ୟ ଉଠାଇବା ଠିକ୍ ଭାବେ ହେଉଛି କି ନାହିଁ , ଆଦି ସମସ୍ତ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟର ସମୀକ୍ଷାକରି ରିପୋର୍ଟ ଦେବାକୁ ସମସ୍ତ ଜୋନ୍‌ର ତେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛି କମିଶନର । ଜୁନ୍ ୮ ତାରିଖ ପରଠାରୁ ଏହି ସବୁ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ନିଷ୍ପରି ନିଆଯାଇଛି ।

Comments are closed.