କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷଙ୍କ ବିୟୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରର ଓ ଦିଗପହଣ୍ଡି ଉଭୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଆଜି ଭୋର ପ୍ରାୟ ୫ଟାରେ ପରଲୋକ ଘଟିଛି। ସେ ଲିଭର୍ ଜଣ୍ଡିସ ରୋଗ ପାଇଁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ପ୍ରାୟ ମାସେ ହେବ ଚିକିତ୍ସାଧୀନ ଥିଲେ। ୨୦୦୭ରେ ନିଜ ଗାଁ କୁକୁଡାଖଣ୍ଡିରୁ ସରପଞ୍ଚ, ୨୦୧୨ରେ ଜିଲ୍ଲା ପରିଷଦ ସଭ୍ୟ, ୨୦୧୭ରୁ ଏଯାବତ୍ ଲଗାତାର ଦୁଇ ଥର ବ୍ଲକ୍ ଅଧ୍ୟକ୍ଷ ପଦ (କଙ୍କିଆ ଓ ଡେଙ୍ଗାପଦର ସମିତି ସଭ୍ୟ ଭାବେ ନିର୍ବାଚିତ)ରେ ରହିଥିଲେ। ବିଜେଡିର ସ୍ଥାନୀୟ ତଥା ଜିଲ୍ଲାସ୍ତରରେ ଜଣେ ଜଣାଶୁଣା ଚେହେରା ତଥା ନେତା ଥିଲେ ସେ। ତାଙ୍କ ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ପାର୍ଥିବ ଶରୀରକୁ ଏବେ ଗାଁକୁ ଫେରାଇ ଅଣାଯାଉଛି। ଅପରାହ୍ନରେ ଅନ୍ତିମ ସଂସ୍କାର କରାଯିବ।

Comments are closed.