ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା | News Room Odisha

ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କରେ ହେଉଥିବା ଶୀତଳ ଷଷ୍ଠୀ ଯାତ୍ରା ଠାରୁ ସ୍ୱତନ୍ତ୍ର ଓ ଅନନ୍ୟ।ଶୀତଳ ଷଷ୍ଠୀ ପୂର୍ବ ରାତ୍ରରେ ଏଠାରେ କନ୍ୟାଚୋରି ନୀତି ସମ୍ପାଦିତ ହୋଇଥାଏ। ଶୀତଳ ଷଷ୍ଠୀ ସନ୍ଧ୍ୟାରେ ପଞ୍ଚ ମହାଦେବ ନିଜ ସ୍ଵ ସ୍ଵ ଦେଉଳରେ ନିଜ ପାର୍ବତୀଙ୍କ ସହ ପାଣିଗ୍ରହଣ କରି ସ୍ୱତନ୍ତ୍ର ବେଶ ହୋଇଥାନ୍ତି । ତତ୍ପରେ ଜମେଶ୍ଵର ନିଜ ଦିଗବିଜୟ ରଥରେ ବିରାଜମାନ ହୋଇ ଗୁଆଲୀରେ ବାହାରନ୍ତି । ଜମ୍ବେଶ୍ୱର ଦୋହଲ କରି ସାହି ରେ ପନ୍ତି ଖାଇଥାନ୍ତି । ଏହିପରି ଭାବେ ବାକି ୪ ମହାଦେବ ଯଥା:- ଲୋକନାଥ , ମାର୍କଣ୍ଡେଶ୍ୱର , କପାଳମୋଚନ , ନୀଳକଣ୍ଠ ଆଦି ସ୍ଵ ସ୍ଵ ବୃଷଭରେ ଉପବେଶନ କରି ସାହି ମାନଙ୍କରେ ପନ୍ତି ଖାଇଥାନ୍ତି । ଏହାପରେ ସମସ୍ତ ମହାଦେବ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିର ର ନାଟମଣ୍ଡପ ରେ ସମସ୍ତ ପଞ୍ଚ ମହାଦେବ ବିରାଜମାନ କରିଥାନ୍ତି । ତତ୍ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିର କୁ ବିଜେ କରିଥାନ୍ତି ।

ଏହିଦିନ ସନ୍ଧ୍ୟା ଧୂପ ବଢ଼ିବା ପରେ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ଖଟସେଜ ଘରେ ବିଜେ ହୋଇଥାନ୍ତି। ଏ ଉତ୍ତରେ ଭିତର ମଇଲମ ହୋଇ ଆଲଟ ଲାଗି ହୋଇ ପଣା ଲାଗି ହୋଇ ବଡ଼ସିଂହାର ବେଶ ଭୋଗ ମଣୋହି ହୋଇଥାଏ । ପଞ୍ଚମହାଦେବ ଆଜ୍ଞାମାଳ ପାଇନଥିବାରୁ ପହୁଡ଼ ନୀତି ବନ୍ଦ ରୁହେ ।ମହାଦେବମାନଙ୍କୁ ବିଜେ କଲା ଉତ୍ତାରୁ ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ତତ୍ପରେ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ମହାଦେବମାନଙ୍କୁ ବିଜେ କରାଯାଏ । ତତ୍ପରେ ମହାଜନେ ଦୋଳଗୋବିନ୍ଦଙ୍କୁ ହାତରେ ବିଜେ କରାଇ ଲକ୍ଷ୍ମୀ ମନ୍ଦିର ଜଗମୋହନ କୁ ନେଇଥାନ୍ତି ।

ପୂଜା ଠା ହୋଇ ହୋଇ ପୂଜାପଣ୍ଡା ୧୧ ପନ୍ତି ପଞ୍ଚୋପଚାରରେ ଭୋଗ କରିଥାନ୍ତି । ଏହାପରେ ବନ୍ଦାପନା ହୋଇ ଦୋଳଗୋବିନ୍ଦ ବାହୁଡ଼ା ବିଜେ କରିଥାନ୍ତି ଓ ତତ୍ପରେ ପହୁଡ଼ ନୀଦି ଅନୁଷ୍ଠିତ ହୋଇଥାଏ । ତାପରଦିନ ନବ ଦମ୍ପତି ଶ୍ରୀନଅର, ଜଗନ୍ନାଥ ବଲ୍ଲଭ ମଠ ବିଜେ କଲାପରେ ବିଭିନ୍ନ ସ୍ଥାନରେ ପନ୍ତିଭୋଗ ଗ୍ରହଣ କରି ସ୍ଵ ସ୍ଵ ମନ୍ଦିରକୁ ବିଜେ କରିଥାନ୍ତି।