ଟି-୨୦ ବିଶ୍ୱକପ: ନେପାଳଠୁ ହାରୁ ହାରୁ ଜିତିଲା ଦକ୍ଷିଣ ଆଫ୍ରିକା | News Room Odisha

ଟି-୨୦ ବିଶ୍ୱକପ: ନେପାଳଠୁ ହାରୁ ହାରୁ ଜିତିଲା ଦକ୍ଷିଣ ଆଫ୍ରିକା

କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ଅନୁଷ୍ଠିତ ଗ୍ରୁପ୍ ଡି’ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେପାଳକୁ ୧ ରନରେ ହରାଇଛି । ଶେଷ ଓଭରରେ ଜିତିବା ପାଇଁ ନେପାଳକୁ ୮ ରନ୍ ଦରକାର ହେଉଥିଲା । ହେଲେ ନେପାଳ ଏହି ଓଭରରେ ମାତ୍ର ୬ ରନ୍ ଉଠାଇ ଦକ୍ଷିଣ ଆଫ୍ରିକାକୁ ହରାଇବା ସୁଯୋଗ ହାତଛଡ଼ା କରିଥିଲା।

ଦକ୍ଷିଣ ଆଫ୍ରିକା ପାଇଁ ଓଟନିଲ ବାର୍ଟମ୍ୟାନ୍ ଶେଷ ଓଭର ବୋଲିଂ କରିଥିଲେ। ଏହି ଓଭରରେ ପ୍ରଥମ ୫ ବଲରେ ଷ୍ଟ୍ରାଇକ୍ ନେଇଥିବା ନେପାଳ ବ୍ୟାଟ୍ସମ୍ୟାନ୍ ଗୁଲଶାନ୍ ଝା ୬ ରନ୍ ହିଁ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ। ଶେଷ ବଲରେ ୨ ରନ୍ ଆବଶ୍ୟକ ହେଉଥିବା ବେଳେ । ହେଲେ ଗୁଲଶାନ ବିଟ୍ ହୋଇଥିଲେ। ଏହା ସତ୍ତ୍ୱେ ସେ ରନ୍ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ରନ୍ ଆଉଟ୍ ହୋଇଯାଇଥିଲେ। ନେପାଳ ମାତ୍ର ୧ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା ବେଳେ ଦକ୍ଷିଣ ଆଫ୍ରିକା ଏକ ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲା ।

ନେପାଳ ଟସ୍ ଜିତି ଶନିବାର କିଙ୍ଗ୍ସଟାଉନ ଆର୍ନୋସ୍ ଭାଲେ ଗ୍ରାଉଣ୍ଡରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ଓ୍ବିକେଟ୍ ହରାଇ ମାତ୍ର ୧୧୫ ରନ୍ କରିବାକୁ ସମର୍ଥ ହୋଇଥିଲା । ନେପାଳ ୧୧୬ ରନ୍ ଜବାବରେ ୭ ୱିକେଟ୍ ହରାଇ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ସ୍ପିନର ତାବ୍ରେଜ ସାମସି ୪ ୱିକେଟ୍ ନେଇ ଦଳର ବିଜୟରେ ନାୟକ ସାଜିଥିଲେ। ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ସୁପର-୮ରେ ପ୍ରବେଶ କରିସାରିଥିବା ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଡି’ର ସମସ୍ତ ୪ଟି ଯାକ ମ୍ୟାଚ୍ ଜିତି ଲିଗ୍ ଅଭିଯାନ ଶେଷ କରିଛି ।