ଟି-୨୦ ବିଶ୍ୱକପ: ଭାରତ-କାନାଡ଼ା ମ୍ୟାଚ୍ ବାତିଲ

ଲାଉଡରହିଲ୍ (ଆମେରିକା): ଭାରତ ଏବଂ କାନାଡା ମଧ୍ୟରେ ଟି-୨୦ ବିଶ୍ୱକପର ଗ୍ରୁପ୍ ଏ’ ମ୍ୟାଚ୍ ଶନିବାର ଓଦା ଆଉଟଫିଲ୍ଡ କାରଣରୁ ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଯାଇଛି ।

ଏହା ଭାରତର ଶେଷ ଗ୍ରୁପ୍ ମ୍ୟାଚ୍ ଥିଲା । ପ୍ରଥମ ତିନୋଟି ମ୍ୟାଚ୍ ଜିତିଥିବା ଟିମ୍ ଇଣ୍ଡିଆ ପୂର୍ବରୁ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲା | ଭାରତ ବ୍ୟତୀତ ଗ୍ରୁପ୍ ଏ’ରୁ ଆମେରିକା ସୁପର ୮ରେ ପହଞ୍ଚିଛି । ଭାରତୀୟ ଦଳ ଜୁନ୍ ୨୦ରେ ସୁପର ୮ରେ ଆଫଗାନିସ୍ତାନକୁ ଭେଟିବ। ଅନ୍ୟପକ୍ଷରେ କାନାଡ଼ା ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି ।

ଭାରତ ଓ କାନାଡ଼ା ମଧ୍ୟରେ ମ୍ୟାଚ୍ ପାଇଁ ସ୍ଥାନୀୟ ସମୟ ସକାଳ ୧୦ ଟାରେ (ଭାରତୀୟ ସମୟ ସନ୍ଧ୍ୟା ୭:୩୦)ରେ ଟସ୍ ପଡ଼ିବାର ଥିଲା । କିନ୍ତୁ ଗତକାଲି ରାତିରେ ବର୍ଷା ଓ ମେଘୁଆ ପାଗ ଯୋଗୁଁ ଆଉଟ୍ ଫିଲ୍ମ ଓଦା ହୋଇଯାଇଥିଲା। ତେବେ ଦ୍ୱିତୀୟ ଥର ପାଇଁ ରାତି ୯ଟାରେ (ଭାରତୀୟ ସମୟ) ପିଚ୍ ଯାଞ୍ଚ କରିବା ପରେ ଅମ୍ପାୟାରମାନେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।

Comments are closed, but trackbacks and pingbacks are open.