ଟି-୨୦ ବିଶ୍ୱକପ୍: ନେଦରଲ୍ୟାଣ୍ଡସକୁ ୮୩ ରନରେ ହରାଇଲା ଶ୍ରୀଲଙ୍କା | News Room Odisha

ଟି-୨୦ ବିଶ୍ୱକପ୍: ନେଦରଲ୍ୟାଣ୍ଡସକୁ ୮୩ ରନରେ ହରାଇଲା ଶ୍ରୀଲଙ୍କା

ଗ୍ରସ୍ ଆଇସଲେଟ୍ (ସେଣ୍ଟ୍ ଲୁସିଆ): ଶ୍ରୀଲଙ୍କା ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ସୋମବାର ନେଦରଲ୍ୟାଣ୍ଡ୍ସକୁ ୮୩ ରନରେ ପରାସ୍ତ କରିଛି । ପୂର୍ବରୁ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଥିବ ଶ୍ରୀଲଙ୍କା ଏହି ସାନ୍ତ୍ଵନା ମୂଳକ ବିଜୟ ସହ ଟି-୨୦ ବିଶ୍ୱକପ୍ ଅଭିଯାନ ଶେଷ କରିଛି।

ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଶ୍ରୀଲଙ୍କା କୁସାଲ ମେଣ୍ଡିସ (୪୬) ଏବଂ ଚରିଥ ଆସାଲଙ୍କା (୪୬)ଙ୍କ ଉପଯୋଗୀ ଇନିଂସ ସହାୟତାରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା।

ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ଦଳ ୧୬.୪ ଓଭରରେ ୧୧୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ତରଫରୁ ନୁୱାନ୍ ଥିଶାରା ୨୪ ରନ୍ ବିନିମୟରେ ୩ଟି ୱିକେଟ୍ ନେଇଥିଲେ।