ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଆରମ୍ଭ | News Room Odisha

ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଆରମ୍ଭ

ଭୁବନେଶ୍ୱର – ନବନିର୍ବାଚିତ ବିଧାନସଭାର ବିଧାୟକମାନଙ୍କ ଶପଥ ଗ୍ରହଣ ଆଜି ଆରମ୍ଭ ହୋଇଛି । ନୂଆ ବିଧାୟକମାନଙ୍କ ଶପଥ ଗ୍ରହଣ କାଲି ବି ଜାରି ରହିବ । ଆଜି ବିଧାନସଭାରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନୂଆ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଭାବେ ଶପଥ ନେଇଥିଲେ। ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି । ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଆଜି ଶପଥ ନେଇଛନ୍ତି । ବିଧାନସଭାରେ ପହଞ୍ଚିବା ପରେ ବିଜେଡିର ଅନ୍ୟ ବିଧାୟକ ମାନେ ତାଙ୍କୁ ପାଛୋଟି ନେଇଥିଲେ । ସନ୍ଧ୍ୟା ୫ଟା ଯାଏଁ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ । ଜୁନ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ।