ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ , ପ୍ରସନ୍ନ ଆଚାର୍ଯ୍ୟ ଉପନେତା

ଭୁବନେଶ୍ବର – ନବୀନ ପଟ୍ଟନାୟକ ନବନିର୍ବାଚିତ ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ନବୀନ ହେବେ ବିରୋଧୀ ଦଳ ନେତା । ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ବରଗଡ଼ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳର ଉପନେତା କରାଯାଇଛି। ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ପ୍ରତାପ ଦେବ ଉପ ମୁଖ୍ୟ ସଚେତକ ହୋଇଛନ୍ତି। ବିଧାନସଭାରେ ବିଜେଡି ବିରୋଧୀ ଦଳ ଆସନ ପାଇଥିବାରୁ ଦଳର ନେତା ବିରୋଧୀ ଦଳର ନେତା ମାନ୍ୟତା ପାଇବେ। ସୂଚନାଯୋଗ୍ୟ ଯେ, ସପ୍ତଦଶ ବିଧାନସଭା ନିର୍ବାଚନରେ ବିଜେଡି ୫୧ ଆସନରେ ବିଜୟୀ ହୋଇଛି।

Comments are closed.