ଟି-୨୦ ବିଶ୍ୱକପ୍: ଡକ୍ଓ୍ବର୍ଥ ଲୁଇସ୍ ନିୟମରେ ବାଂଲାଦେଶକୁ ହରାଇଲା ଅଷ୍ଟ୍ରେଲିଆ | News Room Odisha

ଟି-୨୦ ବିଶ୍ୱକପ୍: ଡକ୍ଓ୍ବର୍ଥ ଲୁଇସ୍ ନିୟମରେ ବାଂଲାଦେଶକୁ ହରାଇଲା ଅଷ୍ଟ୍ରେଲିଆ

ନର୍ଥ ସାଉଣ୍ଡ: ଆଇସିସି ଟି-୨୦ ବିଶ୍ୱକପର ଚତୁର୍ଥ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆ ଶୁକ୍ରବାର ଡକ୍ଓ୍ବର୍ଥ ଲୁଇସ୍ ନିୟମାନୁସାରେ ବାଂଲାଦେଶକୁ ୨୮ ରନରେ ହରାଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୧.୨ ଓଭରରେ ୨ ଓ୍ବିକେଟ୍ ହରାଇ ୧୦୦ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଥିଲା । ଖେଳ ଆଉ ସମ୍ଭବ ହୋଇନଥିଲା। ଫଳରେ ଡକ୍ଓ୍ବର୍ଥ ଲୁଇସ୍ ନିୟମାନୁସାରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା ।