ପେପର ଲିକ୍ ବିବାଦ ମଧ୍ୟରେ ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପେପର ଲିକ୍ ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଉ ଏକ ଜାତୀୟ ସ୍ତରର ପରୀକ୍ଷା ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ୨୦୨୪କୁ ମଧ୍ୟ ସ୍ଥଗିତ ରଖିଛି । ଏହି ପରୀକ୍ଷା ୨୫ ରୁ ୨୭ ଜୁନ୍ ପର୍ଯ୍ୟନ୍ତ ହେବାର ଥିଲା । କିଛି ଅନିବାର୍ଯ୍ୟ କାରଣ ଏବଂ ଲଜିଷ୍ଟିକ୍ ଜନିତ ଅସୁବିଧା ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଏନଟିଏ ଏକ ବିବୃତ୍ତିରେ କହିଛି ।

ପରୀକ୍ଷାର ନୂଆ ତାରିଖ ସମ୍ପର୍କରେ ପ୍ରାର୍ଥୀଙ୍କୁ ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି ଏନଟିଏ କହିଛି।

ସଦ୍ୟତମ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ csirnet.nta.ac.in ଦେଖିବାକୁ କହିଛି ଏନଟିଏ |

ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ହେଉଛି ଏକ ଜାତୀୟ ସ୍ତରର ଯୋଗ୍ୟତା ପରୀକ୍ଷା | ଏହି ପରୀକ୍ଷା ଜରିଆରେ ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ଲେକଚରସିପ୍ ଏବଂ ଆସିଷ୍ଟାଣ୍ଟ ଲେକଚରସିପ୍ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଏ ।

କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଏବଂ ୟୁନିଭରସିଟି ଗ୍ରାଣ୍ଟ କମିଶନ ମିଳିତ ଭାବେ ଏହି ପରୀକ୍ଷାକ ଏନଟିଏ ସହଯୋଗର କରିଥାନ୍ତି ।

ନିଟ୍-ୟୁଜି ପେପର ଲିକ୍ ବିବାଦର କେନ୍ଦ୍ରରେ ଥିବା ଏନଟିଏ ଦୁଇ ଦିନ ତଳେ ୟୁଜିସି-ନେଟ୍ ପରୀକ୍ଷା ବାତିଲ କରିଥିଲା। ପେପର ଲିକ୍ ସନ୍ଦେହରେ ଏହି ନିଷ୍ପତ୍ତି ନେଇଥିଲା ଏନଟିଏ।

Comments are closed, but trackbacks and pingbacks are open.