ଟି-୨୦ ବିଶ୍ଵକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ଲଢ଼େଇ | News Room Odisha

ଟି-୨୦ ବିଶ୍ଵକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ଲଢ଼େଇ

ସେଣ୍ଟ ଲୁସିଆ: ଚଳିତ ଟି-୨୦ ବିଶ୍ଵକପ୍‌ରେ ଆଜି ଏକ ହାଇ ଭୋଲଟେଜ ଲଢ଼େଇରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ଗ୍ରୁପ୍-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରବିବାର ଆଫଗାନିସ୍ତାନଠାରୁ ହାରିଯାଇଥିବାରୁ ଚାପରେ ରହିଛି। ଅଷ୍ଟ୍ରେଲିଆ ୨ଟି ମ୍ୟାଚରୁ ଗୋଟିଏ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ଥିବା ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ଏହାର ଶେଷ ସୁପର-୮ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବାର ଅଛି। ଯଦି ଆସନ୍ତା ମ୍ୟାଚରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ହାରେ ଏବଂ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରେ ତେବେ ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବେ । ବାଂଲାଦେଶ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥ‌ିବାରୁ ଆଫଗାନିସ୍ତାନର ଆଶା ବଢ଼ିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥ‌ିବା ଭାରତ ବିଜୟ ବଜାୟ ରଖି ସେମିଫାଇନାଲ ପ୍ରବେଶ ଆଶା ରଖୁଛି। ସୁପର-୮ରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ହରାଇଥିଲା ।