ପ୍ୟାରିସ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ହକି ଦଳରେ ଓଡ଼ିଶାର ଅମିତ ରୋହିଦାସ

ଭୁବନେଶ୍ୱର – ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ଘୋଷିତ ୧୬ ଜଣିଆ ଦଳର ନେତୃତ୍ଵ ନେବେ ହରମନପ୍ରୀତ ସିଂହ। ହାର୍ଦ୍ଦିକ ସିଂହ ଦଳର ଉପଅଧିନାୟକ ଅଛନ୍ତି। ଦଳରେ ୫ ଜଣ ନବାଗତଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଗତଥରର ଅଲିମ୍ପିକ୍ସରେ ଭାଗ ନେଇଥିବା ଦଳର କିଛି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଏଥର ଦଳରେ ସାମିଲ କରାଯାଇଛି । ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ଦଳରେ ସ୍ଥାନ ପାଇଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

ଏଥର ଅଲିମ୍ପିକ୍ସ ହକିରେ ଭାରତ ପୁଲ୍ ବି ରେ ସ୍ଥାନ ପାଇଛି ।ଗତଥରର ଚାମ୍ପିଅନ ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ଏହି ଗ୍ରୁପରେ ଅଛନ୍ତି।

Comments are closed, but trackbacks and pingbacks are open.