ଟି-୨୦ ବିଶ୍ୱକପ: ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ

ଜର୍ଜଟାଉନ୍: ଟି-୨୦ ବିଶ୍ୱକପର ଦ୍ବିତୀୟ ସେମିଫାଇନାଲରେ ଗୁରୁବାର ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ । କ୍ରମାଗତ ଦ୍ବିତୀୟ ଥର ଦୁଇ ଦଳ ସେମିଫାଇନାଲରେ ପରସ୍ପରକୁ ଭେଟିବେ। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ଉଭୟ‌ ଟିମ୍ ସେମିରେ ଲଢ଼ିଥିଲେ । ଭାରତକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଚାମ୍ପିୟନ ମଧ୍ଯ ହୋଇଥିଲା। ଆଜି ସେହି ପରାଜୟର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିଛି । ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ମଧ୍ୟ ବିଜୟ ଧାରା ଜାରି ରଖିବାକୁ ଚାହିଁବ ଭାରତ । ୱେଷ୍ଟଇଣ୍ଡିଜ୍‌ର ଧୀମା ପିଚ୍ ଭାରତକୁ ସୁହାଇବ। ସେହିପରି ଭାରତ ନିକଟରେ ୩ ସ୍ପିନର ରହିଥ‌ିବାରୁ ଏହା‌ ମଧ୍ୟ ଦଳ ପାଇଁ ଲାଭଦାୟକ ରହିବ।

ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏହି ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରଖାଯାଇ ନାହିଁ। ଏଭଳି ସ୍ଥଳେ ମ୍ୟାଚ୍ ଯଦି ବର୍ଷା ଯୋଗୁଁ ବାତିଲ ହୁଏ ତେବେ ସୁପର-୮ରେ ଗ୍ରୁପ୍ ଟପ୍ପର ହୋଇଥିବାରୁ ଭାରତ ଫାଇନାଲକୁ ଉନ୍ନୀତ ହେବ।

Comments are closed, but trackbacks and pingbacks are open.