ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା | News Room Odisha

ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା

ପୁରୀ – ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥର ରଥଯାତ୍ରା ଦୁଇଦିନ ପଡୁଥିବାରୁ ସେହି ଦୁଇଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୁଲାଇ ୭ ଓ ୮ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଆଜି ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ହେବ । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିବେ । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ତେଣୁ ଏଥର ୧୯୭୧ ଆଧାରରେ ସମସ୍ତ ନୀତି ହେବ । ଏଥର ଅପରାହ୍ନ ୫ଟାରେ ରଥଟଣା କାର୍ଯ୍ୟକ୍ରମ ରହିଛି ।