ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ | News Room Odisha

ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇ ସଚିବ ଜୟ ଶାହା ମଙ୍ଗଳବାର ଗମ୍ଭୀରଙ୍କ ନିଯୁକ୍ତି ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି | ଗମ୍ଭୀର ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେବେ। ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଗମ୍ଭୀର ପୂର୍ବରୁ ଆଇପିଏଲ୍ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର ଥିଲେ ।