ଭାରତୀୟ ଟି-୨୦ ଦଳର ଅଧିନାୟକ ଦୌଡ଼ରେ ସୂର୍ଯ୍ୟକୁମାର | News Room Odisha

ଭାରତୀୟ ଟି-୨୦ ଦଳର ଅଧିନାୟକ ଦୌଡ଼ରେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ବିଜୟ ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ନେଇଛନ୍ତି। ଏବେ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଖୋଜା ଚାଲିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରୋହିତଙ୍କ ଉତ୍ତରାଧିକାରୀ ଭାବେ ବିବେଚିତ କରାଯାଉଥିଲେ ମଧ୍ୟ ଏହି ପଦ ପାଇଁ ଏବେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଦାବିଦାର ଭାବେ ଉଭା ହୋଇଛନ୍ତି ।

ଚଳିତ ମାସରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ପାଣ୍ଡ୍ୟା ନିଜକୁ ଉପଲବ୍ଧ କରାଇଥିଲେ । ହେଲେ ଏବେ ଜାଣିବାକୁ ମିଳିଛି ଯେ ଗତ ବର୍ଷ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ଅଧିନାୟକତ୍ୱ କରିଥିବା ସୂର୍ଯ୍ୟକୁମାର ଯାଦବ ନୂଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକରଙ୍କର ପ୍ରଥମ ପସନ୍ଦ | ଆଜି ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହେବା ସମ୍ଭାବନା ରହିଛି । ସୂର୍ଯ୍ୟକୁମାରଙ୍କୁ ଟି-୨୦ ଅଧିନାୟକ ପଦ ମିଳିପାରେ ।