ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ତାଙ୍କର ୧୦ଟି ଠିକଣାରେ ଚଢାଉ କରିଥିଲା । ନିଜ ନାଁରେ ଓ ନିଜ ପତ୍ନୀ,ଭାଇ ଓ ପରିବାର ଲୋକଙ୍କ ନାଁରେ ବିପୁଳ ସମ୍ପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର । ସୋମବାର ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରିବା ପରେ ୨କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଏହାସହିତ ୫୨ଟି ପ୍ଲଟ, ଫାର୍ମ ହାଉସ୍‌ ସହ ରାଇସ୍‌ ମିଲ୍ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ । ଆଜି ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରାଯାଇଛି ।

Comments are closed.