ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଆଜି ଶ୍ରୀଜିଉଙ୍କ ଖସାପଡା ନୀତି ଅନୁଷ୍ଠିତ ହୋଇଯାଇଛି। ଏହା ଏକ ଗୁପ୍ତ ସେବା ହେଇଥିବାରୁ ଏହି ନୀତି କୁ କେହି ଦର୍ଶନ କରି ପରିନଥାନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଏହା ଦଇତା ପତି ସେବାୟତ ମାନଙ୍କର ଗୋଷ୍ଠି ଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସାରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ତାପରେ ଦିଅଁ ମାନେ ହୋଲି ଖେଳିଲା ଯୋଗୁ ତାଙ୍କ ଶ୍ରୀ ଅଙ୍ଗର କେତେକ ଅଂଶ କ୍ଷତ ବିକ୍ଷେତ ହୋଇଯାଇ ଥାଏ ଏଥିପାଇଁ ମଧ୍ୟ ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ ।
ଏହି ନୀତି ପାଇଁ ପୂର୍ଵ ଦିନରୁ ଦେଉଳକରଣ ଧଳାକନା ଗାରଦରେ ଜମା ଦେଇଥାନ୍ତି , ଶୁଦ୍ଧ ଶୁଆର ଖଳି କଇଁଥ ଅଠା ଯୋଗାଈଥାନ୍ତି । ଶ୍ରୀଜୀଉ ଙ୍କ ମଧ୍ୟାନ ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରାଣ ଦ୍ୱାର ଦେଇ ପାଳିଆ ଦଇତାପତି ମାନେ ଗର୍ଭ ଗୃହକୁ ପ୍ରବେଶ କରିଥିଲେ । ଏହାପରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପର୍ଣ୍ଣ ହୋଇଥିଲା। ଧଳାକନା ଖଳି ଓ କଇଂଥ ଅଠାକୁ ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ କୁ ପ୍ରଲେପ ଦିଆଯାଇଥିଲା। ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୩ ରୁ ୪ ଘଣ୍ଟା ସମୟ ଲାଗିଥିଲା।
ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ପୁନଃ ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିଥିଲେ।