ଚକଦେ ଇଣ୍ଡିଆ ! ଅଲିମ୍ପିକ୍ସ ହକିରେ ଭାରତକୁ କ୍ରମାଗତ ଦ୍ବିତୀୟ ବ୍ରୋଞ୍ଜ 

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ଟିମ୍ ଇଣ୍ଡିଆ ଗୁରୁବାର ବ୍ରୋଞ୍ଜ ପଦକ ମ୍ୟାଚରେ ସ୍ପେନକୁ ୨-୧ ଗୋଲରେ ହରାଇ କ୍ରମାଗତ ଦ୍ବିତୀୟ ଥର ପୋଡିୟମ୍ ଫିନିଶ୍ କରିଛି । ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ଉଭୟ ଗୋଲ୍ କରିଥିଲେ। ସେ ୧୦ଟି ଗୋଲ୍ ଦେଇ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଅଗ୍ରଣୀ ମଧ୍ୟ ହୋଇଛନ୍ତି। ୧୯୬୮ ଓ ୧୯୭୨ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ କ୍ରମାଗତ ଦ୍ବିତୀୟ ଥର ବ୍ରୋଞ୍ଜ ଜିତିଛି । ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ଜିତିଥିଲା। ହକିରେ ବ୍ରୋଞ୍ଜ ସହ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଛି ।

ଏହି ଅଲିମ୍ପିକ୍ ବ୍ରୋଞ୍ଜ ପଦକ ମ୍ୟାଚ୍ ଗୋଲକିପର ଶ୍ରୀଜେସଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ଅଲିମ୍ପିକ୍ସ ପୂର୍ବରୁ ସେ ଅବସର ଘୋଷଣା କରିଥିଲେ। ଲଗାତାର ଦୁଇ ଅଲିମ୍ପିକ୍ ପଦକ ସହ ଶ୍ରୀଜେସ୍ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି ।

Comments are closed.