ମୋର୍ନେ ମୋର୍କେଲ ହେଲେ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ ଗ୍ରହଣ କରିବା ପରଠାରୁ ଦଳ ପାଇଁ ଜଣେ ବୋଲିଂ କୋଚ୍ ଖୋଜା ଚାଲିଥିଲା । ବୋଲିଂ କୋଚ୍ ସନ୍ଧାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ମୋର୍ନେ ମୋର୍କେଲଙ୍କୁ ଭାରତୀୟ ଦଳର ମୁଖ୍ୟ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଭାରତୀୟ ଦଳ ସହ ମୋର୍କେଲଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହେବ।

Comments are closed.