ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ସମ୍ପନ୍ନ

15/08/24
ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ସମ୍ପନ୍ନ

ଶ୍ରୀମନ୍ଦିର ରେ ବାଡ଼ି ନୃସିଂହ ବିଜେ ନୀତି ସମ୍ପନ୍ନ ହୋଇଛି। ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ନବମୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ଚାରି ଆଶ୍ରମ କୁ ବିଜେ କରିଥାନ୍ତି।

ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥି ରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇ ଚାରି ଆଶ୍ରମ ବିଜେ କରିଥିଲେ । ଏହି ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥିଲେ। ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିବା ପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ , ଅଙ୍ଗିରା , କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥିଲେ।

୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ଦିନ ବିଜେ ସମୟରେ ସହର ର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ କରାଯାଇ ଥିଲା। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥିଲେ।

Comments are closed.