ଜୟନ୍ତୀ ଅବସରରେ ରାଜୀବ ଗାନ୍ଧୀଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି | News Room Odisha

ଜୟନ୍ତୀ ଅବସରରେ ରାଜୀବ ଗାନ୍ଧୀଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ରାଜଧାନୀ ଭୁବନେଶ୍ଵର ରାଜୀବଭବନସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଅମିତ୍ ପାତାଳସିଂହ, ଜୟ ଓଡ଼ିଶା ପକ୍ଷରୁ ହରପ୍ରିୟା ପଟ୍ଟଯୋଶୀ, ସ୍ଵରାଜ ସୂତାର, ଜ୍ୟୋତିରଂଜନ ରାଉତ, ରଶ୍ମି ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଗୁଣାବଳୀର ସ୍ମୃତିଚାରଣ କରିଥିଲେ ।

ଶ୍ରୀମୀତ ଇନ୍ଦିରା ଗାନ୍ଧୀ ଆତତାୟୀ ଗୁଳିରେ ନିହତ ହେଲାପରେ ୪୦ ବର୍ଷ ବୟସରେ ରାଜୀବ ଗାନ୍ଧୀ ଭାରତ ବର୍ଷର ଯୁବ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରି ଭାରତରେ ଟେଲି ବିପ୍ଳବ ଆରମ୍ଭ କରି ଟେଲିକମ୍ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିଥିଲେ । ତାଙ୍କ ସମୟରେ ୧୮ବର୍ଷ ବୟସର ବ୍ୟକ୍ତିଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରି ଦେଶରେ ଗଣତନ୍ତ୍ର ଭିଭିଭୂମିକୁ ସୁଦୃଢ କରିଥିଲେ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।