ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସହ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ କରି ସେଠାରେ ଥ‌ିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଅନୁଧ୍ୟାନ ଓ ଆଲୋଚନା କରିଥିଲେ ।

ମୁଖ୍ୟ ଶାସନ ସଚିବ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର, ଫୁଟବଲ ଷ୍ଟାଡିୟମ, ଭାରୋତ୍ତଳନ କେନ୍ଦ୍ର, ଜିମ୍ନାଷ୍ଟିକ୍ ସେଣ୍ଟର, ଆଵାଟିକ୍ ସେଣ୍ଟର, ହକି ହାଇ ପରଫର୍ମାନ୍ସ ସେଣ୍ଟର, ହକି ଷ୍ଟାଡିୟମ ଓ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ପରିଦର୍ଶନ କରିଥିଲେ । ଏହାପରେ ସେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ ”।

ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ କ୍ରୀଡ଼ାବିତ୍ ଓ ପ୍ରଶିକ୍ଷକଙ୍କ ସହ ଅର୍ଥପୂର୍ଣ ଆଲୋଚନା କରିବା ସହ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଓ କମ୍ପ୍ଲେକ୍ସରେ ଅନୁଭୂତି ସମ୍ପର୍କରେ ଅବଗତ ହୋଇଥିଲେ । ଖେଳାଳିଙ୍କ ପ୍ରଦର୍ଶନ ଓ ସୁସ୍ଥତା ପାଇଁ ଷ୍ଟାଡିୟମରେ ଚାଲିଥିବା ହାଇ ପରଫେର୍ମାନ୍ସ ସେଣ୍ଟରର କାର୍ଯ୍ୟକ୍ରମ ସମ୍ପର୍କରେ ସେ ପଚାରି ବୁଝିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ା ବିଭାଗର ପଦକ୍ଷେପକୁ ପ୍ରଶଂସା କରିବା ସହ କ୍ରୀଡ଼ାବିତ୍ ମାନେ ଯେପରି ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ବନ୍ଦିତା କରି ଦେଶ ପାଇଁ ଗୌରବ ଆଣିପାରିବେ , ସେଥିପାଇଁ ସର୍ବୋତ୍ତମ ସୁବିଧା ଓ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

Comments are closed.