ମହାପ୍ରଭୁଙ୍କ ପ୍ରତି ନିଜ ଅନନ୍ୟ ଭକ୍ତି ସ୍ୱରୂପ ଗୋଟିଏ ମାସର ଦରମା ପ୍ରଦାନ କଲେ କୃଷି ବିଭାଗ ଅଧିକାରୀ ସୁଜାତା ପ୍ରୟମ୍ବଦା

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ନିଜର ଗୋଟିଏ ମାସର ଦରମା ପ୍ରଦାନ କଲେ ରାଜ୍ଯ କୃଷି ବିଭାଗରେ କାର୍ଯ୍ୟରତ ପରିସଂଖ୍ଯାନ ଉପନିର୍ଦ୍ଦେଶିକା, ଡ. ସୁଜାତା ପ୍ରିୟମ୍ବଦା ପରିଡା l ଗତ ମାସର ଦରମା ଟଙ୍କା ବାବଦକୁ ମିଳିଥିବା ସମୁଦାୟ ଏକ ଲକ୍ଷ ଦୁଇ ହଜାର ତିନି ଶହ ଚଉତିରିଶ ଟଙ୍କା ସେ ଦାନ କରିଛନ୍ତି l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଡ. ପରିଡା ଏହି ଦାନ କରିଛନ୍ତି l ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଦାନ ବାବଦର ଚେକ୍ ଗ୍ରହଣ କରିଥିଲେ l ପୂର୍ବରୁ ମଧ୍ୟ ଡ. ପରିଡା ପ୍ରାୟ 7 ବର୍ଷ ହେଲାଣି ଗୋଟିଏ ମାସ ଦରମା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରି ଆସୁଛନ୍ତି l ଏଥିପାଇଁ ଡଃ ପରିଡାଙ୍କୁ ସାଧୁବାଦ ଜଣାଇବା ସହ ମହାପ୍ରଭୁଂକ ଆଶୀର୍ବାଦ ସବୁବେଳେ ରହିଥାଉ ବୋଲି କାମନା କରିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l

Comments are closed.