ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ | News Room Odisha

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଗୋପାଳପୁର ସ୍ଥିତ କଲ୍ୟାଣ ବିଭାଗ ବାଳିକା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ସାହୁ ଲାଞ୍ଚ ନେଉଥିବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୁମିତ୍ରା ନାଏକ ନାମକ ଜଣେ ମହିଳାଙ୍କ ଝିଅକୁ ସ୍କୁଲରେ ନାମ ଲେଖାଇବା ପାଇଁ ସୁମିତ୍ରାଙ୍କ ଠାରୁ ଶ୍ରୀ ସାହୁ ଟଙ୍କା ନେଉଥିଲେ । ସେତେବେଳେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇନ୍ଦଙ୍କ ନେତୃତ୍ୱରେ ଏକ ଦଳ ତାଙ୍କୁ କାବୁକରି ଟଙ୍କା ସହିତ ଧରିଥିଲେ । ସ୍କୁଲରେ ଥିବା ତାଙ୍କ ଅଫିସ କୋଠରୀ, ସରକାରୀ ବାସଗୃହ ତଥା ମେଦିନୀପୁର୍ ଗାଁରେ ଥିବା ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି ।