ଆଜି ପବିତ୍ର ଗଣେଶ ଚତୁର୍ଥୀ, ଆଜି ସର୍ବତ୍ର ପୂଜା ପାଇବେ ଅଗ୍ରପୂଜ୍ୟ ଶ୍ରୀଗଣେଶ | News Room Odisha

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଆଜି ସର୍ବତ୍ର ପୂଜା ପାଇବେ ଅଗ୍ରପୂଜ୍ୟ ଶ୍ରୀଗଣେଶ

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଶ୍ରୀଗଣେଶ ଆଜି ସର୍ବତ୍ର ପୂଜା ପାଇବେ । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ସମଗ୍ର ରାଜ୍ୟ। ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଗଜାନନଙ୍କ ଆରାଧନ କରାଯିବ। ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେ ରେ ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ସମ୍ପର୍ଣ୍ଣ ହେବ। ଅନେଜ ସ୍ଥାନରେ ଏହି ପବିତ୍ର ଉତ୍ସବ ୧୦ ଦିନ ଧରି ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥାଏ।

ବିଦ୍ୟାଦାତା,ଜ୍ଞାନଦାତା,ଐଶ୍ୱର୍ଯ୍ୟଦାତା ଏବଂ ସୁସ୍ଥ ଶରୀର ପାଇଁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ଶିବପୁରାଣ ଅନୁଯାୟୀ,ଗଣେଶଙ୍କ ଶରୀରର ବର୍ଣ୍ଣ ରକ୍ତ ବର୍ଣ୍ଣ ଏବଂ ସବୁଜ ରଙ୍ଗର ହୋଇଥାଏ । ବ୍ରହ୍ମାବେବର୍ତ୍ତ ପୁରାଣନୁଯାୟୀ,ମାତା ପାର୍ବତୀ ପୁତ୍ରଲାଭ କରିବା ପାଇଁ ପୁଣ୍ୟକ ବ୍ରତ ନାମକ ଏକ ବ୍ରତ ରଖିଥିଲେ ଏବଂ ଏହି ବ୍ରତ ସମ୍ପନ୍ନ ହେବା ପରେ ଗଣେଶ ଜନ୍ମଲାଭ କରିଥିଲେ । ଆମେ ଘରେ ହେଉ ଅବା ବିଭିନ୍ନ ଅନୁଷ୍ଠାନ ରେ ପୂଜା ପାଉଥିବା ଶ୍ରୀଗଣେଶ ଙ୍କ ବିଭିନ୍ନ ମୂର୍ତ୍ତି ବିକ୍ରି ହୋଇଥାଏ ଯାହା ପଛରେ କିଛି କାରଣ ଏବଂ ବିଶେଷ ପୂଜାର୍ଚ୍ଚନା ମଧ୍ୟ ରହିଛି ତେବେ ଆସନ୍ତୁ ସେ ବିଷୟରେ ଜାଣିବା କିଛି ତଥ୍ୟ ।
ବଜାରରେ ବିଭିନ୍ନ ଧାତୁର ମୂର୍ତ୍ତି ବିକ୍ରି ହେଉଥିଲେ ମଧ୍ୟ ମାଟି ମୂର୍ତ୍ତିକୁ ହିଁ ଘରେ ପୂଜା କରିବା ଉଚିତ୍ । ଏହାଛଡା ଯଦି ସୁନା,ଚାନ୍ଦୀ,ତମ୍ବା ମୂର୍ତ୍ତିକୁ ପୂଜା କରୁଛନ୍ତି ତେବେ ପ୍ରାଣପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ଉଚିତ୍ । ପୌରାଣିକ ମତରେ ଶ୍ରୀଗଣେଷ ଙ୍କ ରହିଛି ଦ୍ଵାଦଶ ନାମାବଳୀ। ଯାହା ଅତ୍ୟନ୍ତ ମଙ୍ଗଳପ୍ରଦ ଅଟେ।

ଗଜବକ୍ର : ସମ୍ପୁର୍ଣ୍ଣ ଶରୀରରେ ସର୍ପ ଗୋଡାଇ ହୋଇଥିବା ପ୍ରତିମା ଖୁବ୍ ଚମକଦାର ହୋଇଥାଏ,ଏହି ପ୍ରତିମାକୁ ମଙ୍ଗଳକାରୀ ଗଣେଶ ମଧ୍ୟ କୁହାଯାଏ ।

ମହାଗଣପତି : ‘ଓଁ’ ଆକୃତି ସମାନ ଏହି ପ୍ରତିମାରେ ଶ୍ରୀ ଗଣେଶଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଇଥାଏ । ଏକଦନ୍ତଙ୍କ ପେଟ ବଡ ଆକାରର ହୋଇଥାଏ,ତେବେ ଏହି ପ୍ରମିମାକୁ ଜ୍ଞାନର ପ୍ରତିକ ବୋଲି ମନାଯାଏ ।

ବିଘ୍ନେଶ୍ୱର : ଏହି ପ୍ରତିମାରେ ଗରୁଡ ଏବଂ ସିଂହ ମଧ୍ୟ ସ୍ଥାନ ପାଇଥାନ୍ତି,ବଡରୁ ବଡ ବିଘ୍ନକୁ ନାଶ କରୁଥିବା ଏହି ପ୍ରତିମାକୁ ବିଘ୍ନେଶ୍ୱର କୁହାଯାଏ ।

ଗଣପତି : ହସ୍ତରେ ପଦ୍ମ ପୁଷ୍ପ,ଡାଳିମ୍ବ ଏବଂ ଲେମ୍ବୁ ଧାରଣ କରିଥିବା ତ୍ରୀନେତ୍ରଧାରୀ ଶ୍ରୀ ଗଜାନନଙ୍କ ଏହି ପ୍ରତିମା ପ୍ରଗତି ତଥା ଉନ୍ନତିକୁ ଇଙ୍ଗିତ କରେ ।

ଏକାକ୍ଷର : ରକ୍ତବର୍ଣ୍ଣୀ ଶରୀର ଏବଂ ଚନ୍ଦ୍ରାକାର ମୁକୁ ଟ ଧାରଣ କରିଥିବା ଏବଂ ହାତ,ପାଦ ଛୋଟ ହୋଇଥିବା ଗଣେଶ ପ୍ରତିମା ଜୀବନରେ ପ୍ରଗତି ଆଣିଥାଏ ।

ଏରମ୍ଭ ଗଣପତି : ପଞ୍ଚମୁଖି ଶ୍ରୀ ଗଣେଶଙ୍କ ଏହି ପ୍ରତିମାରେ ଗଜାନନଙ୍କ ମୁଖରଙ୍ଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ,ଏହି ପ୍ରତିମା ବ୍ୟକ୍ତିକୁ ପ୍ରଗାଢ ସମ୍ମାନର ଅଧିକାରୀ କରିଥାଏ ।

ସିଂହ ଗଣପତି : ବୀଣା,ଚକ୍ର ତଥା ମୁଦ୍ରା,ରକ୍ତ କଳସ ଧାରଣ କରିଥିବା ଏହି ମୂର୍ତ୍ତି ବିନାଶ ତଥା ସଂକଟରୁ ରକ୍ଷା କରିଥାଏ ।

ବାଳ ଗଣପତି : ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ କୋଳରେ ବସିଥିବା ପ୍ରଭୁ ବିନାୟକ ମହାଦେବଙ୍କ ଜଟାରୁ ବାହାରୁଥିବା ଗଙ୍ଗାଜଳରେ କ୍ରୀଡାରତ ଥିବାର ନଜର ଆସେ । ଏହି ପ୍ରତିମା ପୂଜାରେ ସନ୍ତାନହାନୀ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗଣେଶ ପ୍ରତିମାରେ ଓଲଟା ହାତ ଆଡକୁ ଶୁଣ୍ଢ ଥିବା ଆବଶ୍ୟକ । ସାଧାରଣ ଲୋକେ ଘରେ ଏହି ପ୍ରତିମାକୁ ପୂଜା କରିବା ଦରକାର । ଯେଉଁମାନେ ତନ୍ତ୍ର-ମନ୍ତ୍ର ସାଧନା କରନ୍ତି ସେମାନେ ସିଧା ହସ୍ତ ଶୁଣ୍ଢ ପୂଜା କରିଥାନ୍ତି ।

ପୌରାଣିକ ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ଵାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ମହାଭାରତ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ଵତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା ଅଟେ।

ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ବିଘ୍ନ ବିନାଶନ ଗଣେଷ ଙ୍କ ଆରାଧନା ପ୍ରତ୍ୟେକ ଜୀବନରେ ସିଦ୍ଧି ଓ ବୁଦ୍ଧି ପ୍ରଦାନ କରିଥାଏ ଏହାହିଁ ଗଣେଶ ଚତୁର୍ଥୀ ର ବିଶେଷତା।