ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ୟଶ ଦୟାଲ ନୂଆ ମୁହଁ | News Room Odisha

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ୟଶ ଦୟାଲ ନୂଆ ମୁହଁ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୯ରୁ ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ଦଳରେ ଯୁବ ଦ୍ରୁତ ବୋଲର‌ ୟଶ ଦୟାଲ ହେଉଛନ୍ତି ନୂଆ ମୁହଁ | ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ନିଜ ସ୍ଥାନ ବଜାୟ ରଖିଛନ୍ତି। ବିରାଟ କୋହଲି, କେ.ଏଲ୍ ରାହୁଲ ଏବଂ ୱିକେଟ୍ କିପର ରିଷଭ ପନ୍ତ ମଧ୍ୟ ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ଟେଷ୍ଟ ଦଳକୁ ଫେରିଛନ୍ତି। ଏହି ତିନିଜଣ ଇଂଲଣ୍ଡ ବିପକ୍ଷ ଗତ ଘରୋଇ ସିରିଜର ଅଂଶ ନଥିଲେ ।

ସେପ୍ଟେମ୍ବର ୧୯ରୁ ବାଂଲାଦେଶର ଭାରତ ଗସ୍ତ ଆରମ୍ଭ ହେବ | ପ୍ରଥମ ଟେଷ୍ଟ ଚେନ୍ନାଇରେ ଏବଂ ଦ୍ୱିତୀୟ ଟେଷ୍ଟ ସେପ୍ଟେମ୍ବର ୨୭ରୁ କାନପୁରରେ ଖେଳାଯିବ | ଦୁଇ ଦଳ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳାଯିବ । ଏହି ତିନୋଟି ଟି-୨୦ ମ୍ୟାଚ୍ ଅକ୍ଟୋବର ୬, ୯ ଏବଂ ୧୨ ତାରିଖରେ ଯଥାକ୍ରମେ ଗ୍ୱାଲିୟର, ଦିଲ୍ଲୀ ଏବଂ ହାଇଦ୍ରାବାଦରେ ଅନୁଷ୍ଠିତ ହେବ।

ଭାରତୀୟ ଟେଷ୍ଟ ଦଳ (ପ୍ରଥମ ଟେଷ୍ଟ ପାଇଁ):

ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ୍, ବିରାଟ କୋହଲି, କେ.ଏଲ୍ ରାହୁଲ, ସର୍ଫରାଜ ଖାନ, ରିଷଭ ପନ୍ତ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯସପ୍ରୀତ ବୁମରା ଏବଂ ୟଶ ଦୟାଲ ।