ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ପୟାଶ୍ରାଦ୍ଧ, ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ କରାଯାଏ ପୟାଶ୍ରାଦ୍ଧ  | News Room Odisha

ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ପୟାଶ୍ରାଦ୍ଧ, ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ କରାଯାଏ ପୟାଶ୍ରାଦ୍ଧ 

ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ଆଜି ଶ୍ରୀ କ୍ଷେତ୍ରରେ ଶ୍ରଦ୍ଧାଳୁ କରିଥିଲେ ପୟାଶ୍ରାଦ୍ଧ। ଶ୍ରୀ ମନ୍ଦିର ଚତୁଃ ପାର୍ଶ୍ଵରେ ଶ୍ରାଦ୍ଧ ଦେବା ସହ ସିଂହଦ୍ଵାର ସମ୍ମୁଖରେ ଉଲକା ଦର୍ଶନ କରିଥିଲେ। ଅର୍ଥାତ କାଉଁରିଆ କାଠି ଜଳାଇ ଉପରକୁ ଟେକି କହିଥିଲେ – ହେ ପିତୃଲୋକ ! ମହାଳୟା ଠାରୁ ଅନ୍ଧକାରରେ ଆସିଛ , ଏବେ ପିତୃଲୋକକୁ ଉଜ୍ଜଳରେ ଯାଅ ଏହାପରେ ପ୍ରଦୀପ ପ୍ରଜ୍ବଳନ କରି ଦୀପଦାନ କରିଥିଲେ।

ଏଥିପାଇଁ ଶ୍ରୀକ୍ଷେତ୍ର ଲୋକରଣ୍ୟ ହୋଇ ଉଠିଥିଲା। ପାରମ୍ପରିକ ବିଧାନରେ ଶ୍ରୀମନ୍ଦିର ରୁ ଅମାବାସ୍ୟା ନାରାୟଣ ସାଗର ବିଜେ ନୀତି ପାଇଁ ସ୍ୱର୍ଗଦ୍ୱାର ସମୁଦ୍ର ତଟ କୁ ବିଜେ କରିଥିଲେ।