ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ତଥା ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ରଘୁରାମ ଆର୍ ଆୟାରଙ୍କ ସମେତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ଜିଲ୍ଲାମାନଙ୍କୁ ପିଏମ୍-ପୋଷଣ ଅନ୍ତର୍ଗତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଥିବା ନେଇ ସୂଚନା ଦେଇଛନ୍ତି । ପୋଷଣୀୟ ଚାଉଳ ଓ ଉନ୍ନତମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ସହ ନିରନ୍ତର ଭାବରେ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।