ବଲାଙ୍ଗୀରରେ ନୂଆ-ଓ ଜିଲ୍ଲା ଉତ୍ସବ | News Room Odisha

ବଲାଙ୍ଗୀରରେ ନୂଆ-ଓ ଜିଲ୍ଲା ଉତ୍ସବ

ବଲାଙ୍ଗୀର : ଆଜି ନୂଆ-ଓ ଜିଲ୍ଲା ଉତ୍ସବ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ “୫-ଟି” ତଥା “ନବୀନ ଓଡ଼ିଶା”ର ଅଧ୍ୟକ୍ଷ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ସହ ବଲାଙ୍ଗୀର ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରିଡା ଓ ସାଂସ୍କୃତିକ ବିକାଶ ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବଲାଙ୍ଗୀର ଯୁବକ ଯୁବତି ମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ବଲାଙ୍ଗୀର ଗଠନରେ ଯୁବବର୍ଗ ଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ । ଯୁବ ସମୟ ଜୀବନର ସ୍ୱର୍ଣ୍ଣିମ ସମୟ । ଏହି ସମୟକୁ ସଦୁପଯୋଗ କରିବା ନିହାତି ଆବଶ୍ୟକ । ଯୁବବର୍ଗ କେବଳ ପାଠରେ ନୁହେ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର । ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୁହିକ ବିକାଶ ଦିଗରେ ସାହାଜ୍ୟ କରୁଛି । ଏହା ସହ ସେ ପିଲାମାନଙ୍କୁ ଜିତିବା ଅପେକ୍ଷା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରିଥିଲେ । କେତେ ଜଣ ସଫଳ ହେବାକୁ ଚାହାନ୍ତି , କେତେ ଜଣ ଅତି କମରେ ଅଧ ଘଣ୍ଟା ଏକ୍ସର୍ସାଇଜ଼ କରନ୍ତି , କିଏ ଅତି କମରେ ୧୫ ମିନିଟ ଯୋଗ କରନ୍ତି , କିଏ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନିଅନ୍ତି , କେତେ ପିଲା ଦିନକୁ ୧୪ ଘଣ୍ଟା ପରିଶ୍ରମ କରନ୍ତି ଏବଂ ଗୁରୁଜନ ମାନଙ୍କୁ କେତେ ପିଲା ସମ୍ମାନ ଦିଅନ୍ତି ପ୍ରଶ୍ନ ପଚାରି, ଯୁବ ବର୍ଗ ଏହା କରିବାକୁ ଚେଷ୍ଟିତ ହେଲେ ସଫଳ ହେବେ ବୋଲି କହିଥିଲେ ।

ଉଦାହରଣ ଦେଇ ବଲାଙ୍ଗୀର ପାଟଣାଗଡ଼ରୁ ଯାଇ ସୁବ୍ରତ ବାଗଚି ଆଜି ବହୁତ ବଡ ଉଦ୍ୟୋଗୀ ହେବ ସହ ୨୦୦୦୦ ରୁ ଅଧିକ ରୋଜଗାର ଦେଇଛନ୍ତି । ସୋନପୁରରୁ ନୀଳମାଧବ ପଣ୍ଡା ଚଳଚିତ୍ର ନିର୍ଦେଶକ ହେଇ ପଦ୍ମଶ୍ରୀ ପାଇଛନ୍ତି । ପାୟଲ ନାମ୍ନୀ ଜଣେ ତୀରନ୍ଦାଜିରେ ପାରା ଅଲିମ୍ପିକ ପାଇଁ ଅଭ୍ୟାସ କରିବା, ତଥା ପୃଥୀରାଜ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏବଂ ଜଷ୍ଟିସ ସଞ୍ଜୟ ମିଶ୍ରଙ୍କ ପରି ସମସ୍ତଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାକୁ ପ୍ରେରିତ କରିଥିଲେ । ଆକାଶକୁ ହିଁ ସୀମା ଭାବି ସମସ୍ତେ ଉଚ୍ଚ ଚିନ୍ତା କରିବା କୁ କହିଥିଲେ ।

ଏହି ଉତ୍ସବ ରେ ବିଭିନ୍ନ ରାଜ୍ୟସ୍ତରୀୟ କଳାକାର ମାନଙ୍କ ଦ୍ୱାରା ଷ୍ଟାଣ୍ଡ-ଅପ କମେଡି , ସଙ୍ଗୀତ ,ନୃତ୍ୟ , ଆଦି କଳା ପରିବେଷଣ କରିଥିଲେ । ଜିଲ୍ଲାର ୧୦୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମାବେଶ ହେଇଥିବା ବେଳେ ସମସ୍ତେ ଏହି କାର୍ଯ୍ୟକ୍ରମର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମ ମାନସୀ ମିଶ୍ର ପରିଚାଳନା କରିଥିଲେ ।