ଟାକ୍ସ କଲେକ୍ସନ ପାଇଁ ବିଏମସିର ଗୁରୁତ୍ୱ, ଜାରି ରହିବ ବକେୟା ହୋଲ୍ଡିଂ ଆଦାୟ ପ୍ରକ୍ରିୟା | News Room Odisha

ଟାକ୍ସ କଲେକ୍ସନ ପାଇଁ ବିଏମସିର ଗୁରୁତ୍ୱ, ଜାରି ରହିବ ବକେୟା ହୋଲ୍ଡିଂ ଆଦାୟ ପ୍ରକ୍ରିୟା

ଟାକ୍ସ କଲେକ୍ସନ ପାଇଁ ବିଏମସିର ଗୁରୁତ୍ୱ, ଜାରି ରହିବ ବକେୟା ହୋଲ୍ଡିଂ ଆଦାୟ ପ୍ରକ୍ରିୟା

ଭୁବନେଶ୍ୱର: ହୋଲ୍ଡିଂ ଟାକ୍ସ ଆଦାୟ ପାଇଁ ବିଏମସି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦୀର୍ଘ ଦିନ ହେଲା କୋଟି କୋଟି ଟଙ୍କା ହୋଲ୍ଡିଂ ଟାକ୍ସ ବାକି ରଖିଥିବା ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ସିଲ୍ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଆଜି ଦକ୍ଷିଣ-ପୂର୍ବ ମଣ୍ଡଳ ଆୟୁକ୍ତଙ୍କ ପକ୍ଷରୁ ଚଢାଉ ଜାରି ରହିଥିଲା । ଓ୍ୱାର୍ଡ ନମ୍ବର ୪୧ ଅନ୍ତର୍ଗତ ଦୁଇଗୋଟି ବ୍ୟବସାୟୀକ ପ୍ରତିଷ୍ଠାନ ଗିରିଦୁର୍ଗା ମାର୍କେଟ୍ କମ୍ପ୍ଲେକ୍ସ ଏବଂ ରାଜରତନ କ୍ଲଥଷ୍ଟୋର ବକେୟା ଟାକ୍ସ ନ ଦେବା ହେତୁ ସିଲ୍ କରାଯାଇଥିଲା । ଏହି ପଦକ୍ଷେପ ପରେ ପରେ ଉଭୟ ପ୍ରତିଷ୍ଠାନ ବକେୟା ରାଶିର ଆଂଶିକ ୧୭ ଲକ୍ଷ ଟଙ୍କା ପୈଠ କରିଥିଲେ । ଅବଶିଷ୍ଟ ବକେୟା ଅର୍ଥ ଖୁବ୍ ଶୀଘ୍ର ପୈଠ କରିବାକୁ ଲିଖିତ ଭାବେ ଜଣାଇବା ପରେ ସେମାନଙ୍କ ଦୋକାନ ସିଲ୍ ଖୋଲାଯାଇଥିଲା ।

ସୂଚନାଯୋଗ୍ୟ କି ନିୟମ ଅନୁଯାୟୀ ବିଏମସି ସମସ୍ତ ହୋଲ୍ଡିଂରୁ ଟାକ୍ସ ଆଦାୟ କରିବାକୁ ପ୍ରଚେଷ୍ଠା ଜାରି ରଖିଅଛି । ତେବେ ଅଧିକ ବକେୟା ରଖି ଜାଣିଶୁଣି ଦେଉନଥିବା ଅନୁଷ୍ଠାନଗୁଡିକୁ ଖୁବ୍ ଶୀଘ୍ର ସିଲ୍ କରାଯିବ ବୋଲି କୁହାଯାଇଛି ।