ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ | News Room Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ତାରିଖ ପାଖେଇ ଆସୁଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଶେଷ ହୋଇଛି ପ୍ରକଳ୍ପ କାର୍ଯ୍ୟ । ଏଣେ ଆସନ୍ତା ୧୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ବୈଠକରେ ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଆଚାର୍ଯ୍ୟ ବରଣ ଓ ଅଙ୍କୁରାପଣ କାର୍ଯ୍ୟକ୍ରମ ଗଜପତି ମହାରାଜାଙ୍କ ଦ୍ବାରା ଶ୍ରୀନଅରରେ ହେବ । ୧୫ରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ କାର୍ଯ୍ୟକ୍ରମ ସହ ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ କାର୍ଯ୍ୟକ୍ରମ ମଧ୍ୟ ହେବ । ଆସନ୍ତା ୧୬ ତାରିଖରେ ସୂର୍ଯ୍ୟ ପୂଜା, ଧରିତ୍ରୀ ପୂଜା, ଗୋ ପୂଜା ହେବ ।

୧୭ ତାରିଖରେ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ହେବ । ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଫଳକ ଉନ୍ମୋଚନ ହେବ ।