ବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ଘୋଷଣା: ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଉପଦେଷ୍ଟା | News Room Odisha

ବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ଘୋଷଣା: ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ୱର – ନିଜର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଘୋଷଣା କରିଛି ବିଜୁ ଜନତା ଦଳ । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଉପଦେଷ୍ଟା ଭାବେ ପ୍ରଫୁଲ୍ଲ କୁମାର ସାମଲ ଓ ଦେବୀପ୍ରସାଦ ମିଶ୍ର, ଉପଦେଷ୍ଟା ଭାବେ ଲତିକା ପ୍ରଧାନ, ପ୍ରଦୀପ ମାଝୀ ଓ ଗୋପବନ୍ଧୁ ଦାଶଙ୍କୁ ନିଯୁକ୍ତି ମିଳିଛି । ରବିନାରାୟଣ ନନ୍ଦ ସାମ୍ମୁଖ୍ୟର ସଂଯୋଜକ ପଦ ବଜାୟ ରଖିଛନ୍ତି । ପ୍ରବୀର ମହାନ୍ତିଙ୍କୁ ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟ କମିଟିରେ ଅନ୍ୟ ସଦସ୍ୟ ଭାବେ ଜୀବନ ଦୀକ୍ଷିତ, ମିହିର ପଟ୍ଟନାୟକ, ନିଶାମଣି ମହାନ୍ତ, ଅବଧୂତ ସଞ୍ଜୟ ଦାସ, ଗୌରୀ ବେହେରା, ଜୟମଙ୍ଗଳ ବିଶି, ଅନାଦି ଖଡ଼ା, କୃଷ୍ଣପ୍ରସାଦ ମହାପାତ୍ର, ଗଙ୍ଗାଧର ହେମ୍ବ୍ରମ ଓ କାରୁ ମୁର୍ମୁ ରହିଛନ୍ତି । କେନ୍ଦୁଝର, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ୨୭ଟି ଜିଲ୍ଲା ପାଇଁ ଦୁଇଜଣ ଲେଖାଏଁ ଜିଲ୍ଲା ସଂଯୋଜକଙ୍କୁ ସାମ୍ମୁଖ୍ୟରେ ନିଯୁକ୍ତି ମିଳିଛି । କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲା ପାଇଁ ୩ ଜଣ ଲେଖାଏଁ ସଂଯୋଜକ ନିଯୁକ୍ତ ହୋଇଛନ୍ତି।